Odisha Link
Bridging the Missing Links in Odisha

ଉଦ୍ଧାର ହେଲା ନିଖୋଜ ଡାକ କର୍ମଚାରୀଙ୍କ ମୃତଦେହ, ସନ୍ଦେହ ଘେରରେ ମୃତ୍ୟୁର ରହସ୍ୟ

୨ ଦିନ ଧରି ପି. ସନ୍ତୋଷ କୁମାର ନିଖୋଜ ଥିବା ଖବର ସାମ୍ନାକୁ ଆସିଥିଲା

ଓଏଲ୍‌ ବ୍ୟୁରୋ: ବୁଧବାରଠୁ ନିଖୋଜ ଥିଲେ ସେମିଳିଗୁଡା ଡାକ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଡାକ କର୍ମଚାରୀ। ଅନେକ ଖୋଜାଖୋଜି ପରେ ଉଦ୍ଧାର ହେଲା ନିଖୋଜ ଡାକ କର୍ମଚାରୀଙ୍କ ମୃତଦେହ। କୋଲାବ ଜଳ ଭଣ୍ଡାରରୁ ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ଦିନ ଧରି ପି. ସନ୍ତୋଷ କୁମାର ନିଖୋଜ ଥିବା ଖବର ସାମ୍ନାକୁ ଆସିଥିଲା। ଡାକ କର୍ମଚାରୀଙ୍କ ସ୍କୁଟି ଘାଟଗୁଡ଼ା କେରାଣ୍ଡି ବ୍ରିଜ୍‌ରୁ ମିଳିଥିଲା। ଯାହା ସନ୍ଦେହ ସୃଷ୍ଟି କରିଥିଲା। ପରେ ଅଗ୍ନିଶମ ବାହିନୀର କର୍ମଚାରୀ କୋଲାବ ଜଳ ଭଣ୍ଡାରରେ ଖୋଜାଖୋଜି କରିଥିଲେ।

ଖବର ଅନୁସାରେ, ସବୁଦିନ ଭଳି ମଙ୍ଗଳବାର ମଧ୍ୟ ସନ୍ତୋଷ ସେମିଲିଗୁଡା ପୋଷ୍ଟ ଅଫିସକୁ ନିଜ ସ୍କୁଟି ଧରି ଘରୁ ବାହାରିଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଅଫିସକୁ ଫୋନ କରିଥିଲେ, ହେଲେ ସନ୍ତୋଷ ଅଫିସ ଯାଇନଥିବା ଜଣାପଡିଥିଲା। ଏହା ପରେ ସଂପର୍କୀୟ ଓ ସନ୍ତୋଷଙ୍କ ସାଙ୍ଗସାଥୀଙ୍କୁ ଫୋନ କରି ବୁଝାବୁଝି କରିଥିଲେ। ଶେଷରେ ନିରାଶ ହୋଇ ପୁଲିସକୁ ଜଣାଇଥିଲେ। ଅଭିଯୋଗ କ୍ରମେ ଅଗ୍ନିଶମ କର୍ମଚାରୀ କୋଲାବ ଜଳ ଭଣ୍ଡାରରେ ଖୋଜାଖୋଜି କରିଥିଲେ। ଅନେକ ଖୋଜାଖୋଜି ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.