Odisha Link
Bridging the Missing Links in Odisha

ଡିଏନ୍ ହୋମ୍ସ ପ୍ରା.ଲିରେ ଆୟକର ଚଢ଼ାଉ: ଜବତ କାଗଜପତ୍ରର ଚାଲିଛି ଛାନଭିନ୍

ସଂସ୍ଥାର କିଛି ଅଧିକାରୀଙ୍କୁ ପଚରାଉଚରା ହେଉଛି।

ଓଏଲ୍ ବ୍ୟୁରୋ: ଆଜି ତୃତୀୟ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ନୟାପଲ୍ଲୀ ମୁଖ୍ୟ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ସୂଚନା ମିଳିଛି। ଜବତ କାଗଜପତ୍ର ଛାନଭିନ୍ ଚାଲିଛି। ସଂସ୍ଥାର କିଛି ଅଧିକାରୀଙ୍କୁ ପଚରାଉଚରା ହେଉଛି। କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍‌।

ସୂଚନା ଅନୁସାରେ, ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିଥିଲା। ଯାହାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ୨ ଜଣ ଅଧିକାରୀଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଥିବା ସୂଚନା ମିଳିଛି। ଯେଉଁ କର୍ମଚାରୀଙ୍କ ଘରୁ ନଗଦ ୩୦କୋଟି ଟଙ୍କା ଜବତ ହୋଇଥିଲା।

ଆୟକର ବିଭାଗର କର୍ମଚାରୀ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମଳିଛି। ଚଢାଉ ବେଳେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା। ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା। ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ।

Leave A Reply

Your email address will not be published.