Odisha Link
Bridging the Missing Links in Odisha

ଜନଜାତିଙ୍କ ବିକାଶ ପାଇଁ ସରକାରୀ ଯାେଜନା କାମ କରୁଛି: ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦିନ ସାଢେ ୧୧ଟାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି ଓ କମିଟିର ସଦସ୍ୟମାନେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ କହିଛନ୍ତି, ଜନଜାତିଙ୍କ କଳା ଓ ସଂସ୍କୃତିର ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ପିଲାଙ୍କ ପାଇଁ ଆବାସିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। ମୋ ଜଙ୍ଗଲ ଜମି ଯାେଜନା କାର୍ଯ୍ୟକାରୀ ହେଉଛି। ୨୩ ଜିଲ୍ଲାର ୧୭୨ ବ୍ଲକରେ ଜନଜାତିଙ୍କ ବିକାଶ ପାଇଁ ସରକାରୀ ଯାେଜନା କାମ କରୁଛି।

ସେ ଆହୁରି କହିଛନ୍ତି ଯେ ଜନଜାତିଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ସରକାର ଫୋକସ କରୁଛନ୍ତି। ଜଙ୍ଗଲ ଅଧିକାର ଆଇନରେ ଜମି ପ୍ରଦାନରେ ଓଡ଼ିଶା ଦେଶରେ ମଡେଲ। ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ପାଇଁ ବଜେଟରେ ୫୦୦ କୋଟିର ପାଣ୍ଠି ଘୋଷଣା କରାଯାଇଛି।

ଏହି ବୈଠକରେ ଜନଜାତିଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗକୁ କ’ଣ କରାଯିବ ସେନେଇ ଆଲୋଚନା କରାଯାଇଛି। ବିଶେଷକରି ଆଦିବାସୀଙ୍କ ଜଙ୍ଗଲ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ, ସାଂସ୍କୃତିକ ସଂରକ୍ଷଣ ଓ ବିଭିନ୍ନ କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ଦେବା ଉପରେ ଆଲୋଚନା କରାଯାଇଛି।

Leave A Reply

Your email address will not be published.