Odisha Link
Bridging the Missing Links in Odisha

ଅପରାଜିତାଙ୍କ ଟ୍ବିଟର ପାଲଟା ଜବାବ ଦେଲା ବିଜେଡି

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜତି ଷଡ଼ଙ୍ଗୀ ଟ୍ବିଟ୍‌ କରି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ରଖିଛନ୍ତି ଜବାବ।

ପ୍ରଶାନ୍ତ ମୁଦୁଲି ଗଣମାଧ୍ୟମକୁ କହିଛନ୍ତି, ଏସଏଚଜି ମାଧ୍ୟମରେ ଆଜି ସମାଜରେ ଅବହେଳିତ ହୋଇ ରହିଥିବା ମା’ ଭଉଣୀଙ୍କର ଉତ୍ଥାନ ହୋଇଛି। ସବୁ ସ୍ତରରେ ବିକାଶ ହେଉଛି। ସାମାଜିକ, ମାନସିକ, ଅର୍ଥନୈତିକ ସ୍ତରରେ ମହିଳାଙ୍କ ହୋଇଥିବା ବିକାଶକୁ ଅନ୍ୟମାନେ ସହି ପାରୁନାହାନ୍ତି। ସେଥିପାଇଁ ଏଭଳି ଟିପ୍ପଣୀ ରଖୁଛନ୍ତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି।

ସୂଚନାଥାଉକି, ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍‌ କରି ଟାର୍ଗେଟ କରିଥିଲେ। ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠି ମାଷ୍ଟର ବୁକ କିପର ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ସରକାରୀ ଦରମା ନେଉଥିଲା ବେଳେ ନିର୍ଦ୍ଦେଶ ପାଳନ ଶପଥ ନେଉଥିବା ଏକ ଭିଡିଓ ନିଜ ସୋସିଆଲ ମିଡିଆରେ ଅପରାଜିତା ଷଡ଼ଙ୍ଗୀ ପୋଷ୍ଟ କରିଥିଲେ।

ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି। ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି। କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ, ୨୦୨୪ ନିର୍ବାଚନ ପରେ ଏମିତି ସରକାର ଚାଲିବନି ବୋଲି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.