Odisha Link
Bridging the Missing Links in Odisha

ଭୁବନେଶ୍ବର ଓ ଖୋର୍ଦ୍ଧା ବିଜେଡି ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ସାଙ୍ଗଠନିକ, ରାଜନୈତିକ ଓ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଛି।

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଭୁବନେଶ୍ବର ଓ ଖୋର୍ଦ୍ଧା ବିଜେଡି ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି। ଉଭୟ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ସାଙ୍ଗଠନିକ, ରାଜନୈତିକ ଓ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେଡିର ସମସ୍ତ ପଦାଧିକାରୀଙ୍କ କର୍ମୀଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ରହିବେ।

Leave A Reply

Your email address will not be published.