Odisha Link
Bridging the Missing Links in Odisha

କୁନୋରୁ କମୁଛି ଚିତା ସଂଖ୍ୟା, ପୁଣି ଏକ ଚିତାର ମୃତ୍ୟୁ

ଧୀରେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି

ଓଏଲ୍‌ ବ୍ୟୁରୋ: କୁନୋ ଜାତୀୟ ଉଦ୍ୟାନରୁ ଚିତା ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସକାଳେ ପାର୍କ ଭିତରୁ ସୁରଜ ନାମକ ଏକ ଚିତାର ମୃତ୍ୟୁଦେହ ଉଦ୍ଧାର ହୋଇଛି। ସୂଚନା ଥାଉକି ୩ ଦିନ ପୂର୍ବରୁ ମଧ୍ୟ ତେଜସ୍ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ତେଜସର ପୋଷ୍ଟମର୍ଟମ୍ ରିପୋର୍ଟ ଆସିନାହିଁ।

ସୂଚନା ଅନୁସାରେ, ଗତବର୍ଷ ଆଫ୍ରିକା ମହାଦେଶର ନାମିବିଆରୁ ୮ ଚିତା ଭାରତକୁ ଅଣାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। କୁନୋ ନ୍ୟାସନାଲ ପାର୍କରେ ଏବେ ମାତ୍ର ୧୫ଟି ଚିତା ଜୀବିତ ଅଛନ୍ତି। ହେଲେ ଧୀରେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Leave A Reply

Your email address will not be published.