Odisha Link
Bridging the Missing Links in Odisha

ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ, ବସ୍ ଚଳାଚଳ ବାଧାପ୍ରାପ୍ତ

ଓଏଲ୍ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବାବେଳେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ସଦର ମହକୁମା ସହ ବ୍ଳକ ସ୍ତରରେ ପିକେଟିଂ କରି ରାସ୍ତାରୋକ କରାଯାଇଛି। ଯାନବାହାନ ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ ବିଲ ଆଦାୟକୁ ବିରୋଧ କରି ଏହି ଅବରୋଧ କରାଯାଇଛି। ଜିଳ୍ଲା ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ୫ ବର୍ଷ ଧରି ନିର୍ମାଣ କାମ ସରିଥିବା ବିଇଡି କଲେଜ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ଭିତିକ ନିଯୁକ୍ତି ଦାବି ଭଳି ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ଅନେକ ଲୋକ ସମର୍ଥନ ଦେଉଥିବା ସୂଚନା ରହିଛି।

Leave A Reply

Your email address will not be published.