Odisha Link
Bridging the Missing Links in Odisha

ବିରାଟ କୋହଲି ‘୫୦୦’ ନଟ୍‌ ଆଉଟ୍; ବିଶ୍ବର ପ୍ରଥମ ଖେଳାଳି ଭାବେ କଲେ ଏହି ରେକର୍ଡ

ଓଏଲ୍‌ ବ୍ୟୁରୋ: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୧୦୦ ତମ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ। ଦ୍ବିତୀୟ ଖେଳର ଲଞ୍ଚ ସୁଦ୍ଧା ଭାରତ ୬ ଓ୍ବିକେଟ ହରାଇ ୩୭୩ ରନ୍‌ କରିଛି। ଅନ୍ୟପଟେ କ୍ୟାରିୟର ୫୦୦ ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳୁଥିବା ରନ୍‌ ମେସିନ୍‌ ବିରାଟ କୋହଲି ହାସଲ କରିଛନ୍ତି ଖାସ୍‌ ଉପଲବ୍ଧି। ବିରାଟ ଟେଷ୍ଟ କ୍ରିକେଟରେ କ୍ୟାରିୟର 29 ତମ ଶତକୀୟ ଇନିଂସ୍‌ ଖେଳିଛନ୍ତି l

୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ଅତ୍ୟନ୍ତ ସ୍ବତନ୍ତ୍ର କରିଛନ୍ତି ବିରାଟ। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୨୧ ରନର ଶତକୀୟ ଇନିଂସ୍‌ ଖେଳିଛନ୍ତି। ଏହି ଇନିଂସ ସହ ଏକ ବଡ଼ ଉଲବ୍ଧି ହାସଲ କରିଛନ୍ତି। ବିଶ୍ୱ କ୍ରିକେଟରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଥିବା ଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକାରେ ନିଜ ନାମ ଯୋଡ଼ିଛନ୍ତି।

ସଚିନ ତେନ୍ଦୁଲକର ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛ। କୋହଲି ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। କୋହଲି ବର୍ତ୍ତମାନ ତାଙ୍କ ନାମରେ ୨୫,୫୮୨ରନ କରିଛନ୍ତି। କୋହଲିଙ୍କ ଉପରକୁ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ରିକି ପଣ୍ଟିଂ ଏବଂ ମହେଲା ଜୟୱର୍ଦ୍ଧନେ ଅଛନ୍ତି। ଏହାସହ ୫୦୦ତମ ମ୍ୟାଚ୍‌ରେ ଶତକ ହାସଲ କରିବାରେ କୋହଲି ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି।

Leave A Reply

Your email address will not be published.