Odisha Link
Bridging the Missing Links in Odisha

ଏ ସପ୍ତାହରେ ବି ହେବନି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର

ଓଏଲ୍‌ ବ୍ୟୁରୋ: ବାହୁଡ଼ା ଯାତ୍ରା ପରଠୁ ଶ୍ରୀଜିଉଙ୍କର ହୋଇନି ବନକଲାଗି ନୀତି। ଯାହାକୁ ନେଇ ତର୍କ ବିତର୍କ ଲାଗି ରହିଛି। ଅନ୍ୟପଟେ ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ବାହାରିଲା ବାଟ। ଆସନ୍ତା ୯ ତାରିଖରେ କାଳିଆର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ହେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ ନୀତି ଥିବାରୁ କାଲି ହେବନି ବନକଲାଗି। ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ଶ୍ରବଣା ମକର ନକ୍ଷେତ୍ର ଓ ବିଶେଷ ନୀତି ରହୁଥିବାରୁ ବୁଧବାର ବନକଲାଗି ହୋଇପାରିବ ନାହିଁ। ବିଶେଷ ନୀତି ସହ ବନକଲାଗି ନୀତି ସମ୍ପାଦନ କଲେ ଭକ୍ତମାନେ ଠାକୁର ଦର୍ଶନ ଓ ମହାପ୍ରସାଦ ଶୀଘ୍ର ପାଇବାରେ ହିନସ୍ତା ହେବେ। କାରଣ ବନକଲାଗି କଲେ ଠାକୁର ଦର୍ଶନ ବ୍ୟବସ୍ଥା ବନ୍ଦ କରିବାକୁ ପଡ଼ିବ। ତେଣୁ ଆସନ୍ତା ୯ ତାରିଖରେ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।

ସୂଚନା ଥାଉକି, ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ମହାପ୍ରଭୁମାନଙ୍କ ବନକଲାଗି ହୋଇପାରୁନି। ଗୁରୁବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ବୁଧବାର କରିବାକୁ କହୁଛି।ଯାହାକୁ ନେଇ ବିବାଦ ଲାଗି ରହିଥିଲା।

Leave A Reply

Your email address will not be published.