ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ: ବନକଲାଗି ନୀତି ନେଇ ହେବ ଆଲୋଚନା
ଏହା ସହ ଆସନ୍ତା ୯ ତାରିଖରେ ବନକଲାଗି ନୀତି ହେବ।

ଓଏଲ୍ ବ୍ୟୁରୋ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୧ଟାରେ ଏହି ବୈଠକ ଆରମ୍ଭ ହୋଇଛି। ରଥଯାତ୍ରାରେ ବିଶୃଙ୍ଖଳା ଏବଂ ବନକଲାଗି ନୀତି ନେଇ ଆଲୋଚନା କରାଯିବ। ଏହା ସହ ଆସନ୍ତା ୯ ତାରିଖରେ ବନକଲାଗି ନୀତି ହେବ। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।
ଖବର ଅନୁଯାୟୀ, ବନକଲାଗି ନୀତି କରିବା ନେଇ ଚୂଡାନ୍ତ ନିଷ୍ପତି ହୋଇଥିବାବେଳେ ଅନିର୍ବାଯ୍ୟ କାରଣ ଯୋଗୁଁ ବାତିଲ କରାଯାଇଥିଲା। ଆସନ୍ତା ୯ ତାରିଖ ବୁଧବାର ମହାପ୍ରଭୁଙ୍କ ବନକ ଲାଗି ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଥିଲା। ଇତି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ବନକଲାଗି କରିବା ନେଇ ସ୍ଥିରୀକୃତ କରିବ ସେହି ଦିନ ଦତ୍ତ ମହାପାତ୍ର ସେବାୟତ ବନକଲାଗି ନୀତି ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ କହିଥିଲେ।