Odisha Link
Bridging the Missing Links in Odisha

ସାମ୍ବାଦିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା: ବୃଦ୍ଧି ପାଇଲା ବୀମା ଆବେଦନର ଅବଧି

ଓଏଲ୍‌ ବ୍ୟୁରୋ: ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ରାଜ୍ୟରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ଅବଧି ଅଗଷ୍ଟ ୧୫ ତାରିଖ ଯାଏଁ ବୃଦ୍ଧି ପାଇଛି।

ସୂଚନା ଅନୁସାରେ, ଅଗଷ୍ଟ ୭ ଅର୍ଥାତ ଆଜି ଏଥିପାଇଁ ଆବେଦନର ଶେଷ ତାରିଖ ଥିଲା। ତେବେ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଥିବା ଜଣା ପଡିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ବୀମା ପାଇଁ ଆବେଦନ କରିପାରିବେ। ଏଥିପାଇଁ ରାଜ୍ୟ ସରକାର ସମୟ ବୃଦ୍ଧି କରିଥିବା ଜଣା ପଡିଛି।