Odisha Link
Bridging the Missing Links in Odisha

ସଂସଦରେ ପାରିତ ହେଲା ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ଜାଣନ୍ତୁ ଏହାର ମୁଖ୍ୟାଂଶ

ବିଭିନ୍ନ ଏଜେନ୍ସିଙ୍କ ମତାମତକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୨ ରେ ଏହି ବିଲକୁ ପ୍ରତ୍ୟାହାର କରାଯାଇଥିଲା।

ଓଏଲ୍‌ ବ୍ୟୁରୋ: ସଂସଦରେ ପାରିତ ହେଲା ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍। ଭାରତ ସରକାର ଡିସେମ୍ବର ୨୦୧୯ରେ ସଂସଦରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ୨୦୧୯ ପ୍ରଣୟନ କରାଯାଇଥିଲା। ସଂସଦର ମିଳିତ କମିଟିରେ ବିଚାର ପାଇଁ ଏହି ବିଲ୍ ପଠାଯାଇଥିଲା। ମିଳିତ କମିଟିର ପରାମର୍ଶ ପରେ ବାଚସ୍ପତିଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲା। ହିତାଧିକାରୀ ଏବଂ ବିଭିନ୍ନ ଏଜେନ୍ସିଙ୍କ ମତାମତକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୨ ରେ ଏହି ବିଲକୁ ପ୍ରତ୍ୟାହାର କରାଯାଇଥିଲା। ନଭେମ୍ବର ୧୮ ତାରିଖ ୨୦୨୨ ରେ ସରକାର ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ବିଲ୍ ନାମକ ଏକ ନୂତନ ଡ୍ରାଫ୍ଟ ବିଲ୍ ପ୍ରକାଶ କରିଥିଲେ ଏବଂ ଏହି ଡ୍ରାଫ୍ଟ ଉପରେ ଜନ ପରାମର୍ଶ ଆରମ୍ଭ କରିଥିଲେ।

ଏହି ବିଷୟ ସମ୍ବନ୍ଧରେ ଏକ ବ୍ୟାପକ ଏବଂ ବିସ୍ତୃତ ପରାମର୍ଶ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଠାରୁ, ୨୧,୬୬୬ ମନ୍ତବ୍ୟ ଗ୍ରହଣ କରାଯାଇଥିଲା। ୪୬ ଟି ଵୃତ୍ତଖଣ୍ଡ ସଂଗଠନ, ଇଣ୍ଡଷ୍ଟ୍ରି ସଂସ୍ଥା ସହିତ ଅନ୍ୟାନ୍ୟ ସଂଘ ଇତ୍ୟାଦିଙ୍କ ସହିତ ପରାମର୍ଶ କ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ /ବିଭାଗରୁ ମଧ୍ୟ ମନ୍ତବ୍ୟ ଗ୍ରହଣ କରାଯାଇଥିଲା। ପରାମର୍ଶ ଏବଂ ମନ୍ତବ୍ୟଗୁଡିକରେ ଉତ୍ପନ୍ନ ହୋଇଥିବା ପ୍ରସଙ୍ଗ ଗୁଡିକ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯାଇଥିଲା ଏବଂ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୨୩ର ଡ୍ରାଫ୍ଟ ଚୂଡାନ୍ତ ହୋଇଥିଲା। ପୂର୍ବରୁ କ୍ୟାବିନେଟର ଅନୁମୋଦନ ପାଇଥିବା ଏହି ବିଲ ଆଜି ପାରିତ ହୋଇଛି।

Leave A Reply

Your email address will not be published.