Odisha Link
Bridging the Missing Links in Odisha

ବଢ଼ିବ ଯୁବ ଭୋଟରଙ୍କ ସଂଖ୍ୟା, ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହାରି ମଧ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି। ସଂଖ୍ୟା ବୃଦ୍ଧି ପାଇଁ କଲେଜ ସ୍ତରରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗକୁ ରାଜ୍ୟ ନିର୍ବାଚନ ଅଧିକାରୀ ଚିଠି ଲେଖିଥିବା ଜଣା ପଡିଛି।

ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ ଭୋଟରଙ୍କ ସଂଖ୍ୟା କମ୍। ଯୁବ ଭୋଟର ସଂଖ୍ୟା ବଢ଼ାଇବାକୁ ସଚେତନତା ଜାରି କରାଯାଇଛି। ଯୋଗ୍ୟଙ୍କୁ ଭୋଟର ତାଲିକାଭୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ଆବଶ୍ୟକ ବୋଲି କହିଛନ୍ତି। ଆଡମିଶନ ଫର୍ମ ସହ ଭୋଟର ନାମ ସଂଯୋଗ ଫର୍ମ ବି ଯୋଗାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସିଇଓଙ୍କ ଚିଠି ପରେ ସବୁ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। ଆବଶ୍ୟକ ପଦକ୍ଷେପ ସହ ସ୍ପେଶାଲ ଡ୍ରାଇଭ ପାଇଁ ବିଭାଗୀୟ ନିର୍ଦ୍ଦେଶ ଜାରି ହୋଇଛି।