Odisha Link
Bridging the Missing Links in Odisha

ଓଡ଼ିଆରେ ନାମଫଳକ ନଲେଖିବା ପଡ଼ିଲା ମହଙ୍ଗା, ଜାରି ହେଲା କାରଣ ଦର୍ଶାଅ ନୋଟିସ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନର ନାମଫଳକକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଥିବା ଜଣା ପଡିଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯିବ ସତ୍ତ୍ୱେ ଓଡ଼ିଆରେ ନାମ ଫଳକ ନଲେଖିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱରର ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମସ୍ତ ବ୍ୟବସାୟିକ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ରାଜ୍ୟର ସବୁ ସହରରେ ଓଡ଼ିଆ ନାମଫଳକ ତଦାରଖ ଓ ଚଢ଼ାଉ ଜାରି ରହିଛି। ଓଡ଼ିଆ ନାମଫଳକ ଲଗାଇବା ପାଇଁ ବାଧ୍ୟତାମୂଳକ ନୋଟିସ ଜାରି ହୋଇଛି। ଏନେଇ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.