Odisha Link
Bridging the Missing Links in Odisha

ବିଜୁ ପଟ୍ଟନାୟକ ଓ ବିଧାନ ରାୟ ମୋର ଆଦର୍ଶ: ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ବିଧାନ ରାୟଙ୍କ ଭଳି ରାଜନୀତି କଲେ ବି ରୋଗୀ ଦେଖା ଚାଲିବ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ଵାଚନ। ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୀତି ଗୋଟି ଚଳାଇବା ଆରମ୍ଭ କଲେଣି। ଏହାରି ମଧ୍ୟରେ ନବନିଯୁକ୍ତ ବିଜେପି ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ରୋଗୀ ଦେଖା ବନ୍ଦ କରିବେନି। ବିଜୁ ପଟ୍ଟନାୟକ ଓ ବିଧାନ ରାୟ ମୋର ଆଦର୍ଶ। ମୁଖ୍ୟମନ୍ତ୍ରୀ ଥାଇ ବି ବିଧାନ ରାୟ ରୋଗୀ ଦେଖୁଥିଲେ। ବିଧାନ ରାୟଙ୍କ ଭଳି ରାଜନୀତି କଲେ ବି ରୋଗୀ ଦେଖା ଚାଲିବ।

ବିଜେପି ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, ବ୍ୟକ୍ତିଗତ, ବୃତ୍ତିଗତ ଓ ରାଜନୈତିକ ଭୂମିକାକୁ ବାଲାନ୍ସ କରି ଚାଲିବି। ବିଜେପି ହେଉଛି ସର୍ବବୃହତ ଜାତୀୟ ଦଳ, ଜାତୀୟତାବାଦୀ ଦଳ। ଏହି ଦଳର ନୀତି, ଆଦର୍ଶ ମୋତେ ଆକର୍ଷିତ କରିଛି। ମୁଁ କୌଣସି ଆସନ ପାଇଁ ଲାଳାୟୀତ ହୋଇ ବିଜେପିକୁ ଆସିନି ବୋଲି ବିଜେପି ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

Leave A Reply

Your email address will not be published.