Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା: ଝାରସୁଗୁଡା କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ

ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା। ଏଠାରେ ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ଗତ ଜୁଲାଇ ୨୬ରେ କୋର୍ଟରେ ହାଜର ବେଳେ ଦୋଷ ମାନିବାକୁ ପ୍ରସ୍ତୁତ ଥିବା ଗୋପାଳ କହିଥିଲା। ଗୋପାଳର ମନ୍ତବ୍ୟ ନେଇ ଆଇନଜୀବୀ ସତ୍ୟ ବହିଦାର ସୂଚନା ଦେଇଥିଲେ। ଜିଲ୍ଲା ଜଜ୍‌ଙ୍କୁ ଗୋପାଳ କହିଥିଲା ଯେ, ମୁଁ ଦୋଷ ସ୍ୱୀକାର କରିବାକୁ ରେଡ୍ଡି ଅଛି। ଜଜ୍‌ କହିଥିଲେ, ଏବେ ନୁହେଁ, ଚାର୍ଜ ଫ୍ରେମ୍‌ ବେଳେ ଏକଥା କହିବ। ହେଲେ ଆଜି କୋର୍ଟରେ ହାଜର ପରେ ବି ଗୋପାଳ ଦାସ ହତ୍ୟାକାଣ୍ଡ ନେଇ ମୁହଁ ଖୋଲିଛି ନା ନାହିଁ ସ୍ପଷ୍ଟ ହୋଇପାରିନାହିଁ।

Leave A Reply

Your email address will not be published.