Odisha Link
Bridging the Missing Links in Odisha

ଜୋର ଧରିଛି ଋଷିକୁଲ୍ୟା ଜିଲ୍ଲା ଦାବି, ଆଜି ଆସିକା ବନ୍ଦ

୮ ବ୍ଲକର ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ନୂଆ ଜିଲ୍ଲା ଗଠନ କରିବାକୁ ଦାବି

ଓଏଲ୍‌ ବ୍ୟୁରୋ: ଆଜି ଆସିକା ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକନାବଜାର ସହ ଶିଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସିକା ବନ୍ଦ ଡାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡିଛି।

ସୂଚନା ଅନୁସାରେ,୧୯୯୩ ମସିହାରୁ ଋଷିକୂଲ୍ୟା ଜିଲ୍ଲା ଗଠନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଗୁୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ଆସିକା ସମେତ ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ବେଗୁନିଆପଡା, ପୋଲସରା, ହିଞ୍ଜିଳିକାଟୁ ସମେତ ୮ ବ୍ଲକର ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.