Odisha Link
Bridging the Missing Links in Odisha

‘ଆତ୍ମହତ୍ୟା କରିଛନ୍ତି ଛାତ୍ରୀ ଶୁଭଲକ୍ଷ୍ମୀ, ଭାଇରାଲ ଭିଡିଓ ପୁଲିସ ହାତରେ ଲାଗିନାହିଁ’

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ କଟକରୋଡ୍ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଦୀପାଳି ହୋଟେଲର ୨୦୫ ନମ୍ବର ରୁମରେ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ସେ ନେଇ ପୁଲିସ ଛାନଭିନ ଜାରି ରଖିଥିବାବେଳେ ଭିଡିଓ ଭାଇରାଲ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ମୃତ ଛାତ୍ରୀ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ଡିସିପି କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଶୁଭଲକ୍ଷ୍ମୀଙ୍କ ସିଡିଆର ପାଇଛୁ, କିଛି ସନ୍ଦିଗ୍ଧ ତଥ୍ୟ ସେଥିରୁ ମିଳିନି। ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି। ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର ପଚରାଉଚରା କରୁଛୁ। କୁହାଯାଉଥିବା ଭାଇରାଲ ଭିଡିଓ ପୁଲିସ ହାତରେ ଲାଗିନାହିଁ। ସେମିତି କିଛି ଭିଡିଓ ଆସିଲେ ଆମେ ତର୍ଜମା କରିବୁ। ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ପରଖିବୁ। ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି।

ଅନ୍ୟପଟେ, ଏହି ଘଟଣାରେ ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ଜାତୀୟ ମାନବାଧିକାର କମିଶନରେ ମାମଲା ଦାଏର କରାଯାଇଛି। ଏହା ସହ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିଜ ଆଡୁ ମାମଲା ରୁଜୁ କଲେ। ନିଜ ମାମଲା ରୁଜୁ ସହ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରାଯାଇଛି।

Leave A Reply

Your email address will not be published.