Odisha Link
Bridging the Missing Links in Odisha

ବର୍ଷାର ବିତ୍ପାତ: ହିମାଚଳରେ ଗଲାଣି ୧୬ ଜୀବନ

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଛି। ଏହାର ପ୍ରଭାବରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଥିବାବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢିଥିବା ଜଣା ପଡିଛି। ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ପ୍ରାଣ ହରାଇ ଥିବା ୭ ଜଣ ମୃତକ କନ୍ଦାଘାଟ ସବ୍‌ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି। ତ୍ୱରିତ ସହାୟତା ଯୋଗାଇବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସିମଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇଛି। ଫଳରେ ସେଠାରେ ଏକ ମନ୍ଦିର ଭୁଶୁଡି ପଡିବା ସହ ଏଥିରେ ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି। ଭୂସ୍ଖଳନ ପରେ ସେଠାରେ ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରରେ ଭିଡ ଥିଲା। ଭୂସ୍ଖଳନ ହେବାରୁ ଭକ୍ତମାନେ ମାଟି ତଳେ ଚାପି ହୋଇ ରହିଥିବା କୁହାଯାଉଛି। ଏହାପୂର୍ବରୁ ହିମାଚଳ ପ୍ରଦେଶର ସୋଲନେରେ ବାଦଲଫଟା ବର୍ଷାରେ ୭ ଜଣ ଲୋକ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.