Odisha Link
Bridging the Missing Links in Odisha

ଲାଲକିଲ୍ଲାରୁ ମୋଦିଙ୍କ ଭବିଷ୍ୟବାଣୀ, କହିଲେ-ଆରବର୍ଷକୁ ପୁଣି ଆସିବି

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଳନ କରୁଛି ୭୭ ତମ ସ୍ବାଧୀନତା ଦିବସ। ଗାଁଠୁ ସହର ସବୁଠି ଉତ୍ସବ ମୁଖର। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇଛନ୍ତି। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାରଜନ କହି ସମ୍ୱୋଧିତ କରିଛନ୍ତି।

ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ ତାଙ୍କ ଅଭିଭାଷଣରେ ସ୍ବାଧୀନତା ସଂଗ୍ରାମୀ ଓ ମଣିପୁର ବିଷୟରେ କହିଥିଲେ। ଏଥିସହିତ ରାଜୈନିତକ ବିରୋଧିଙ୍କୁ ଲାଲକିଲ୍ଲାରୁ ଟାର୍ଗେଟ କରିଛନ୍ତି। ଅଭିଭାଷଣର ଶେଷ ଦିନରେ ସେ ଆଗାମୀ ନିର୍ବାଚନ ଜିତି ଆରବର୍ଷକୁ ପୁଣିଥରେ ପତାକା ଉତ୍ତୋଳନ କରିବେ ବୋଲି କହିଛନ୍ତି।

ମୋହି କହିଛନ୍ତି, ଆଗାମୀ ବର୍ଷ ଅଗଷ୍ଟ ୧୫ରେ ଏହି ଲାଲକିଲ୍ଲାରୁ ହିଁ ମୁଁ ଦେଶର ଉପଲବ୍ଧତା, ଏହାର ସଫଳତା ଏବଂ ଗୌରବ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବି। ସେ ଆହୁରି କହିଛନ୍ତି ଯେ ୨୦୧୪ରେ ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ପରିବର୍ତ୍ତନ ଆଣିବି ଏବଂ ମୋ ପରିବାରର ୧୪୦ କୋଟି ସଦସ୍ୟ ମୋତେ ବିଶ୍ୱାସ କଲେ ଏବଂ ମୁଁ ସେହି ବିଶ୍ୱାସକୁ ପୂରଣ କରିବାକୁ ଚେଷ୍ଟା କରିଛି। ସ୍ବାଧୀନତା ଦିବସ ଅବସରରେ ମୋଦିଙ୍କ ଦୃଢ଼ୋକ୍ତି ଜାତୀୟ ରାଜନୀତିକୁ ସରଗରମ କରି ଦେଇଛି।

ମୋଦି ଆହୁରି କହିଛନ୍ତି, ମଣିପୁରରେ ଯେଉଁ ହିଂସା ଘଟିଥିଲା ତାହା ମୋତେ ବ୍ୟଥିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତଥାପି କିଛି ଦିନ ଧରି ନିରନ୍ତର ସେଠାରେ ଶାନ୍ତି ଖବର ଆସୁଛି, ଏହା ଆଶ୍ୱସ୍ତିକର। ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରବାସୀଙ୍କ ସହ ପୂରା ଦେଶ ଛିଡା ହୋଇଛି। ଲୋକମାନେ ଶାନ୍ତି ପର୍ବକୁ ଆଗକୁ ବଢିବା ଉଚିତ୍। ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ଏବଂ ଜାରି ରଖିବେ।

Leave A Reply

Your email address will not be published.