Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ଘୁଞ୍ଚିଲା ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନର ଶୁଣାଣି

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅର୍ଚ୍ଚନା ନାଗଙ୍କୁ ଦୁଇଟି ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଇଡିର ମାମଲାରେ ଅର୍ଚ୍ଚନା ନାଗ ଜାମିନ ଆବେଡାନ କରିଥିଲେ। ତେବେ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ପ୍ରଥମ ମାସରେ କରାଯିବ ବୋଲି ସୂଚନା ରହିଛି।

ଖବର ଅନୁସାରେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ଅର୍ଚ୍ଚନାଙ୍କୁ ସର୍ତମୂଳକ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।