୯ ଦଫା ଦାବିରେ ୩୧୪ ବ୍ଲକ ଘେରିବ କଂଗ୍ରେସ: ଶରତ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆରମ୍ଭ ହେଉଛି ରାଜନୈତିକ ଉସ୍ମତା। ଏହାରି ମଧ୍ୟରେ ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ କଂଗ୍ରେସ ଘେରାଉ କରିବ। ୯ ଦଫା ଦାବି ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ରହିଛି। ଓଡ଼ିଶାର ପ୍ରତ୍ୟେକ ବ୍ଳକ୍ରେ ଆସନ୍ତା ୧୮ତାରିଖ ଦିନ ବିଭିନ୍ନ ଦାବିକୁ ନେଇ କଂଗ୍ରେସ ପକ୍ଷରୁ ବ୍ଳକ୍ ଘେରାଉ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ ବିରୁଦ୍ଧରେ ଜନସଚେତନତା ଆଣିବା ସହ ଦୀର୍ଘଦିନ ହେବ ଚାଲୁଥିବା ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି ଏବଂ ଟାଟା କମ୍ପାନୀର ଖାଉଟି ବିରୋଧୀ, ବିଜୁଳି ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏନେଇ ପ୍ରେସ୍ମିଟରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।