Odisha Link
Bridging the Missing Links in Odisha

ଆଜି ରାଜ୍ୟର ୪୧୨ ଜଣଙ୍କୁ ମିଳିବ ନିଯୁକ୍ତି, ଅପରାହ୍ନରେ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ବିଦ୍ୟୁତ ବିଭାଗରେ ୪୧୨ ଜଣଙ୍କୁ ଚାକିରି ମିଳିବ। ଆଜି ଅପରାହ୍ନ ସାଢେ ୫ଟାରେ ଲୋକସେବା କନଭେନସନ ସେଣ୍ଟରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ।

ସୂଚନା ଅନୁସାରେ, ୪୧୨ ଜଣଙ୍କ ମଧ୍ୟରେ ୧୬ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନୟର, ୧୯୭ ଟେକ୍ନିସିଆନ ଓ ୫୪ ଜଣ କାର୍ଯ୍ୟାଳୟ ସହାୟକ ଭାବେ ନିଯୁକ୍ତି ପାଇବେ। ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ମିଳିଥିଲା। ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ।

Leave A Reply

Your email address will not be published.