Odisha Link
Bridging the Missing Links in Odisha

ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଲେଖକ ଓ ପ୍ରକାଶକଙ୍କ ସମୂହ ସ୍ୱାର୍ଥ ନେଇ ସରକାରଙ୍କୁ ୬ ଦଫା ଦାବିପତ୍ର

ଭୁବନେଶ୍ୱର: ରାଜ୍ୟର ସର୍ବବୃହତ ପ୍ରକାଶନୀ ସଂଘ ‘ଉତ୍କଳ ପ୍ରକାଶକ ଓ ପୁସ୍ତକବିକ୍ରେତା ସଂଘ’ (UPBA)ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମ ଓ ଆଗାମୀ ଯୋଜନା ବାବଦରେ ଆଲୋଚନା ହୋଇଥିଲା। ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅନ୍ତର୍ଗତ ପୁସ୍ତକ ଯୋଗାଣ ଯୋଜନାରୁ ରାଜ୍ୟର ପ୍ରକାଶକ ଓ ଲେଖକମାନେ କିଭଳି ସୁଫଳ ପାଇପାରିବେ ଏବଂ ସରକାରଙ୍କର ଚୟନ ପ୍ରକ୍ରିୟା କିଭଳି ସ୍ୱଚ୍ଛ ହେବ ସେଥିପାଇଁ ସର୍ବସମ୍ମତି କ୍ରମେ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇଥିଲା।

ସଂଘର ୫୦ରୁ ଅଧିକ ପ୍ରକାଶକଙ୍କ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଫାଇବ୍‍-ଟି ସଚିବ, ଗଣଶିକ୍ଷା ସଚିବ ଓ ଓସେପା ନିର୍ଦ୍ଦେଶକଙ୍କୁ ପ୍ରେରଣ କରାଯାଇଛି। କ୍ଷୀରୋଦ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବନୋଜ ତ୍ରିପାଠୀ, ସରୋଜ ବଳ, ପ୍ରଦୀପ୍ତ କୁମାର ବେହୁରା, ତୁଷାର ବରଣ ସାହୁ, ରାଧାକୃଷ୍ଣ ଘଡ଼େଇ, ଦେବାଶିଷ ସାମନ୍ତରାୟ, ରଜତରଶ୍ମି ସ୍ୱାଇଁ, କବିତା ସାହୁ, ସସ୍ମିତା ଦାସ, ଲୋପାମୁଦ୍ରା ଦାଶ, ଚିତ୍ତରଂଜନ ବଳିଆରସିଂହ, ସୌମ୍ୟରଂଜନ ଭୂୟାଁ, ଅରବିନ୍ଦ ସାହୁ ଓ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ବହୁ ପ୍ରକାଶକ ଉପସ୍ଥିତ ଥିଲେ।

Leave A Reply

Your email address will not be published.