Odisha Link
Bridging the Missing Links in Odisha

ଭାରତୀୟ ବାୟୁସେନା ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ, ତେଜସ ଦେଖାଇଲା ନିଜର ପରାକ୍ରମ

ଓଏଲ୍‌ ବ୍ୟୁରୋ: ବାୟୁସେନା ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ। ପୂରା ଦେଶ ଚନ୍ଦ୍ରଯାନ-୩ର ସଫଳତାରେ ଉତ୍ସବମୁଖର ହୋଇଥିବା ବେଳେ ଭାରତ ସାମରିକ କ୍ଷେତ୍ରରେ  ଦେଖାଇଛି। ସ୍ୱଦେଶୀ ନିର୍ମିତ ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି। ୨୦ ହଜାର ଫୁଟ୍ ଉପରୁ ତେଜସ ବିମାନରୁ ଏହି ସଫଳ ପରୀକ୍ଷଣ ହୋଇଛି।

ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କେବଳ ଟାର୍ଗେଟକୁ ଭେଦ କରିନି ବରଂ ଯେଉଁ ଉଦ୍ଦେଶ୍ୟରେ ପରୀକ୍ଷଣ ହୋଇଥିଲା ତାହାକୁ ପୂରା କରିଛି। ଯାହା ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଏକ ପ୍ରକାର ବୃଦ୍ଧି ପାଇଛି। ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ ପରେ ଏହା ଜଡିତ ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହାଦ୍ୱାରା ତେଜସର କ୍ଷମତା କେବଳ ବଢିବନି ବରଂ ଅନ୍ୟ ଦେଶରୁ ଆସୁଥିବା ଅସ୍ତ୍ର ଆମଦାନୀ ମଧ୍ୟ ହ୍ରାସ ପାଇବ ବୋଲି ସୂଚନା ରହିଛି। ସଫଳତାର ସୁନେଲି କିରଣ ଅଭିମୁଖେ ଭାରତ ଆଗେଇବାରେ ଲାଗିଛି।

Leave A Reply

Your email address will not be published.