Odisha Link
Bridging the Missing Links in Odisha

ଚର୍ଚ୍ଚାରେ ବର୍ଷକୁ ଦୁଇଥର ହେବାକୁ ଥିବା ବୋର୍ଡ ପରୀକ୍ଷା, ପ୍ରତିକ୍ରିୟା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି, ଏଣିକି ବୋର୍ଡ ପରୀକ୍ଷା ଦୁଇଥର ହେବ। କେବଳ ଏତିକି ନୁହେଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷାରେ ପାଠ ପଢିବାକୁ ହେବ। ଏଥିରେ ଗୋଟିଏ ଭାଷା ନିଶ୍ଚିତ ରୂପେ ଭାରତୀୟ ଭାଷା ହେବ। ଯାହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୂଆ ଶିକ୍ଷା ନୀତି ଅନୁସାରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଏଭଳି ବିଜ୍ଞପ୍ତି ଜାରି କରାଯାଇଛି। କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ଦୁଇଟି ପରୀକ୍ଷା ମଧ୍ୟରୁ ଯେଉଁ ପରୀକ୍ଷାରେ ଛାତ୍ର ଅଧିକ ନମ୍ବର ରଖିବ, ସେହି ନମ୍ବରକୁ ଗଣତି କରାଯିବ। ଛାତ୍ରଛାତ୍ରୀ ନିଜ ଇଛାରେ ବିଷୟ ବାଛିପାରିବେ। ୨୦୨୪ ଶିକ୍ଷାବର୍ଷରେ କିଛି ପାଠ୍ୟପୁସ୍ତକରେ ବି ପରିବର୍ତନ କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.