Odisha Link
Bridging the Missing Links in Odisha

ଭାରତୀୟ କୁସ୍ତି ସଂଘକୁ ଝଟକା, ରଦ୍ଦ ହେଲା ସଦସ୍ୟତା ପଦ

ଓଏଲ୍‌ ବ୍ୟୁରୋ: ଭାରତୀୟ କୁସ୍ତି ସଂଘ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଶ୍ଵ କୁସ୍ତି ମହାସଂଘ ପକ୍ଷରୁ ଭାରତୀୟ କୁସ୍ତି ସଂଘର ସଦସ୍ୟତା ପଦ ରଦ୍ଦ କରିଦିଆଯାଇଛି। ତେବେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ନହେବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଛି ଭାରତୀୟ କୁସ୍ତି ମହାସଂଘ।

ସୂଚନା ଅନୁସାରେ, ବିଶ୍ଵ କୁସ୍ତି ମହାସଂଘ ପକ୍ଷରୁ ଭାରତୀୟ କୁସ୍ତି ସଂଘକୁ ନିର୍ବାଚନ ପାଇଁ ଚିଠି ଦିଆଯାଇଥିଲା। ଚିଠି ଅନୁସାରେ ଜୁଲାଇ ୧୪ ସୁଦ୍ଧା ନିର୍ବାଚନ ହେବା କଥା, ହେଲେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇପାରିନାହିଁ। ତେବେ ନିର୍ବାଚନ ନହୋଇଥିବା କାରଣରୁ ଭାରତୀୟ କୁସ୍ତି ସଂଘର ସଦସ୍ୟତା ପଦ ରଦ୍ଦ କରିଦିଆଯାଇଛି।