Odisha Link
Bridging the Missing Links in Odisha

ବ୍ରହ୍ମପୁର ଗସ୍ତରେ ୫-ଟି ସଚିବ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ପରେ ଆଜିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଯୋଗଦେଇଛନ୍ତି। ବେଗୁନିଆପଡ଼ା ବ୍ଲକର ୧୭ ବ୍ଲକ ପାଇଁ ସାଲିଆ ଡ୍ୟାମରୁ ପାଣି ଆସିବ ବୋଲି ପ୍ରତିଶୃତି ଦେଇଛନ୍ତି।

ସେହିପରି କବି ସୂର୍ଯ୍ୟନଗର ବୁରୁଝୁରି ବାଲିବଣ ପଡ଼ିଆରେ ପହଞ୍ଚି ଜୟ ମା’ ତାରିଣୀ କହି ନିଜର ଅଭିଭାଷଣ ରଖିଥିଲେ। ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଥିବ ସମସ୍ତ କଲେଜ ରୂପାନ୍ତରିକରଣ ହେବ ବୋଲି ସେ ଘୋଷଣା କରିଛନ୍ତି। ଗଞ୍ଜାମର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିକାଶର ନକ୍ସା ପ୍ରସ୍ତୁତ କରିବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.