Odisha Link
Bridging the Missing Links in Odisha

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ, ସାହିତ୍ୟ ଜଗତରେ ଶୋକର ଛାୟା

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି କବି ଜୟନ୍ତ ମହାପାତ୍ର। ସାହିତ୍ୟ ଜଗତରେ ଶୋକର ଛାୟା। ପଞ୍ଚଭୂତରେ ଲୀନ ହେଲେ ସୁଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ର। କଟକ ଖାନନଗରରେ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଜାଦାର ସହ ଶେଷକୃତ୍ୟ କରାଗଲା। ଅଶ୍ରୁଳ ଆଖିରେ ଆତ୍ମୀୟ ସ୍ୱଜନ ବିଦାୟ ଦେଇଛନ୍ତି।

କଟକ ଖାନନଗର ଇଲେକଟ୍ରିକ ଚୁଲାରେ ଶେଷ କୃତ୍ୟ ପାଇଁ ଜୟନ୍ତ ମହାପାତ୍ର ଇଚ୍ଛା ରଖିଥିଲେ। ଏବେ କିନ୍ତୁ ଏହା ଅଚଳ ପଡ଼ିଥିବାରୁ ତାହା ସମ୍ଭବ ହୋଇପାରିନଥିଲା। ଅନ୍ୟପକ୍ଷରେ ଗେଲ୍ ଇଣ୍ଡିଆ ପକ୍ଷରୁ ଗ୍ୟାସ ଚୁଲା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବାରୁ ପରିବାର ଲୋକଙ୍କ ସହମତି କ୍ରମେ କଟକ ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି।

ସୂଚନା ଅନୁସାରେ, ସୁଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଥିଲେ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

Leave A Reply

Your email address will not be published.