ରାଜଧାନୀରୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ, ଆସନ୍ତା ୩୧ରୁ ଉଡ଼ାଣ ଆରମ୍ଭ

ଓଏଲ୍ ବ୍ୟୁରୋ:ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଯାତାୟାତ ସହଜ ହେବ। ଏନେଇ ଆଜି ଟ୍ରାଏଲ ରନ ଶେଷ ହୋଇଛି। ଆସନ୍ତା ୩୧ରୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ। ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ ସିଟ୍ ବିଶିଷ୍ଟ ବିମାନ ଚଳାଇବ। ପ୍ରାରମ୍ଭିକ ଭାବେ ବିମାନ ଟିକେଟ୍ ଦାମ୍ ୯୯୯ ଟଙ୍କା ସ୍ଥିର ହୋଇଛି। ପ୍ରତିଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ପହଞ୍ଚିବ। ପୁଣି ୮ଟା ୫୦ରେ ଉତ୍କେଲା ଛାଡ଼ି ୧୦ଟାରେ ଭୁବନେଶ୍ୱର ପହଞ୍ଚିବା ନେଇ ସ୍ଥିର କରାଯାଇଛି।