Odisha Link
Bridging the Missing Links in Odisha

ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା ଥିବା ଘଟଣା: ଆକ୍ସନ ନେଲା ବୋମା ସ୍କ୍ୱାଡ ଟିମ୍

ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ତାଳଚେର ବିଧାୟକ। ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହି ବୋମା କେଉଁଠୁ ଆସିଲା ଓ କିଏ ରଖିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି। ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା ପଡ଼ିଥିବା ଘଟଣାରେ ଆକ୍ସନ ନିଆଯାଇଛି।

ଅନୁଗୁଳ ବୋମା ସ୍କ୍ୱାଡ୍ ଟିମ୍‌ ଦ୍ଵାରା ଟାଇମ୍‌ ବୋମାକୁ ନିଷ୍କ୍ରିୟ କରାଯାଇଛି। ଅଧ ଘଣ୍ଟାର ଅପରେସନ ପରେ ନିଷ୍କ୍ରିୟ ହେଲା ବୋମା। ବୋମାରେ ବିସ୍ଫୋରକ ଥିଲା କି ନାହିଁ ସେଥିପାଇଁ ଲ୍ୟାବ୍ ନିଆଯିବ ବୋଲି ସୂଚନା ରହିଛି। ବିଧାୟକଙ୍କ ଭରତପୁର କ୍ୟାମ୍ପ ଅଫିସରୁ ବୋମା ଜବତ ହୋଇଥିଲା।

ବୋମା ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ କୋଲିୟରୀ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ତେବେ ବୋମାରେ ଏକ ଘଣ୍ଟା ଲାଗିଥିବା ଦେଖାଯାଇଛି। ଫିଲ୍ମରେ ଦେଖାଯାଇଥିବା ଟାଇମ୍‌ ବମ ଭଳି ଦେଖାଯାଉଛି ଏହି ବୋମା। ତେବେ କେଉଁ ପରିସ୍ଥିତିରେ ଏହି ବୋମା ଏଠାକୁ ଆସିଲା ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଅନ୍ୟପଟେ କିଛି କୁଚକ୍ରୀ ବ୍ୟକ୍ତି ଏହି ବୋମା ପକାଇ ଥାଇପାରନ୍ତି ବୋଲି ବିଧାୟକ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଆଗକୁ ନିର୍ବାଚନ ଥିବାରୁ ଏ ଚର୍ଚ୍ଚା ଖୁବ୍ ବଢ଼ିବାରେ ଲାଗିଛି ।