Odisha Link
Bridging the Missing Links in Odisha

ରାଜଧାନୀରେ ବର୍ଷା, ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା!

ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ଦୁର୍ବଳ ହେତୁ ତାତି ଅନୁଭୁତ ହେଉଥିଲା। ମଧ୍ୟାହ୍ନ ପରେ ରାଜଧାନୀ ଭୁବେଶ୍ବରଠାରେ ବର୍ଷା ହେତୁ ଏକ ପ୍ରକାର ଥଣ୍ଡା ଅନୁଭୂତ ହେଉଛି।

ଆସନ୍ତା ୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତୀ ୪୮ଘଣ୍ଟା ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସୂଚନା ଅନୁସାରେ, ଦୁର୍ବଳ ମୌସୁମୀ ପ୍ରଭାବ ପାଇଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଦିନ ତମାମ ଆର୍ଦ୍ରତା ୬୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା କୁହାଯାଉଛି।

ମୌସୁମୀ ପ୍ରଭାବ ଦୁର୍ବଳ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଖରା ଅନୁଭୂତ ହେଉଛି। ନିଅଣ୍ଟିଆ ବର୍ଷା କାରଣରୁ ଚାଷୀର ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.