Odisha Link
Bridging the Missing Links in Odisha

ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାରଙ୍କ ନିର୍ଦ୍ଦେଶ, ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଚିଠିରେ ଉଲ୍ଲେଖ

ଓଏଲ୍‌ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି। କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାବେଳେ, ବନ୍ଦ ହୋଇ ଯାଇଛି ପ୍ରାୟ ୪୦ଲକ୍ଷ ପିଲାଙ୍କ ପାଠ ପଢ଼ା। ତେବେ ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାର ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ପାଇଁ ସବୁ ଡିଇଓ, ବିଏଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ବର୍ଷକୁ ୨୨୦ ଦିନ ସ୍କୁଲ ଆସିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ। ଏହା ପୂରଣ ନହେଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ। ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତୁରନ୍ତ ଆନ୍ଦୋଳନ ବନ୍ଦ କରି କାମରେ ଯୋଗ ଦେବାକୁ ଅପିଲ କରିଛନ୍ତି।

Leave A Reply

Your email address will not be published.