Odisha Link
Bridging the Missing Links in Odisha

ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ, ଅକ୍ଟୋବରରେ ହେବ ଗଣନା

ଓଏଲ୍‌ ବ୍ୟୁରୋ: ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଚନ୍ଦକା ଗୋଡ଼ିବାରିରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୧୦ ଯାଏଁ ଚାଲିବ। ୮ଟି ସର୍କଲର ଏସିଏଫ, ଡ଼ିଏଫଓଙ୍କ ସମେତ ବନ କର୍ମଚାରୀ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ବାଘ ଚଲାପଥ ଓ ପଦ ଚିହ୍ନ ସର୍ଭେ କରାଯିବ।

ନଭେମ୍ବରରୁ ଜାନୁଆରୀ ୧୫ ଯାଏଁ ୮ଟି ସର୍କଲରେ କ୍ୟାମେରା ଟ୍ରାପ୍‌ ଲାଗିବ। ଜାନୁଆରୀ ୩୧ ସୁଦ୍ଧା ବାଘର ସଠିକ ସଂଖ୍ୟା କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ତେବେ ଏନେଇ ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି।

Leave A Reply

Your email address will not be published.