Odisha Link
Bridging the Missing Links in Odisha

ଇସ୍ରୋକୁ ଆଉ ଏକ ସଫଳତା, ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କଲା ଆଦିତ୍ୟ ଏଲ୍-୧

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଆଦିତ୍ୟ ଏଲ୍-୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ସେନ୍ସରଗୁଡ଼ିକ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ଦୂରତାରେ ସୁପ୍ରା-ଥର୍ମାଲ୍ ଏବଂ ଶକ୍ତିଶାଳୀ ଆୟନ ଏବଂ ଇଲେକ୍ଟ୍ରନ୍ ମାପିବା ଆରମ୍ଭ କରିଛି। ଏହି ତଥ୍ୟ ବୈଜ୍ଞାନିକ ମାନଙ୍କୁ ପୃଥିବୀ ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ।

ସୂଚନା ଅନୁସାରେ, ଇସ୍ରୋର ସବୁଠାରୁ ଭରସା ଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିଥିଲା। ଆଦିତ୍ୟ-ଏଲ-୧ ଦ୍ୱାରା ଏକ ବିରଳ ଚିତ୍ର ସାମ୍ନାକୁ ଆସିଛି। ପୃଥିବୀ ଓ ଚନ୍ଦ୍ରର ବିରଳ ଚିତ୍ରର ଆଦିତ୍ୟ-ଏଲ-୧ ସେଲ୍ଫି ଉଠାଇଥିଲା। ଆଦିତ୍ୟ-ଏଲ-୧ ମିଶନ ୨ୟ ଆର୍ଥ ବାଉଣ୍ଡ ମ୍ୟାନୁଏଭର ସଫଳ ହୋଇଥିଲା। ତେବେ ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.