Odisha Link
Bridging the Missing Links in Odisha

‘ମୋ ଦଳ’ର ବିକ୍ଷୋଭ ପ୍ରଦର୍ଶନ, ରଣକ୍ଷେତ୍ର ପାଲିଟଲା ବିଧାନସଭା ସମ୍ମୁଖ

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ହେଲେ ଏହା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ରଣକ୍ଷାତ୍ର। ବିଭିନ୍ନ ନାରାବାଜି ଦେଇ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ ‘ମୋ ଦଳ’ର ନେତାମାନେ।

‘ମୋ ଦଳ’ର ନେତା ଅକ୍ଷୟ କୁମାରଙ୍କ ନେତୃତ୍ବରେ ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଧାନସଭା ଘେରାଉ କରିଛି ଦଳ। ଏପରିକି ବିଧାନସଭା ଭିତରକୁ ଧଶେଇ ପସିବାର ଉଦ୍ୟମ କରିଛନ୍ତି କର୍ମୀ। ଏହି ସମୟରେ ସେମାନଙ୍କୁ ଅଟକାଇବେଳେ ପୁଲିସ ଓ ମୋ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହାସହ ପୁଲିସ କିଛି କର୍ମୀଙ୍କୁ ଓଠାଇ ନେଇ ଅଟକ ରଖିଛି।

ଅନ୍ୟପଟେ ଅକ୍ଷୟ କୁମାର କହିଛନ୍ତି, ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ସଭା କରୁଛନ୍ତି। ଏହାସହ ବିଭିନ୍ନ ପ୍ୟାକେଜ ଘୋଷଣା କରୁଛନ୍ତି। ନେତା ଓ ମନ୍ତ୍ରୀ ମାନେ ଟେଣ୍ଟ ବାନ୍ଧିବା ସହ ଲୋକ ଜୁଗାଡ଼ କରୁଛନ୍ତି। ତାହାହେଲେ କାହିଁକି ବିଧାନସଭା ଭିତରକୁ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀମାନେ ଆସିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.