Odisha Link
Bridging the Missing Links in Odisha

ବିଜେଡିରୁ ବିଦା ହେଲେ ୨ ନେତା

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ଆକ୍ସନ ମୋଡରେ ବିଜୁ ଜନତା ଦଳ।

ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ୨ ନେତା ବହିଷ୍କାର ହୋଇଛନ୍ତି। ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସମାଡ଼ ବିଜେଡିରୁ ବହିଷ୍କୃତ ହୋଇଥିବାବେଳେ ଏସଡିସି ସଦସ୍ୟ ଜାଲେନ ନାଏକ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳବିରୋଧୀ କାର୍ଯ୍ୟ ପାଇଁ ୨ ନେତା ବିଜେଡିରୁ ବହିଷ୍କାର ହୋଇଛନ୍ତି।

Leave A Reply

Your email address will not be published.