Odisha Link
Bridging the Missing Links in Odisha

ଆଗକୁ ଲୋକସଭା ନିର୍ବାଚନ: ବିଜେପିକୁ ଲାଗିଲା ବଡ଼ ଝଟକା!

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ହରିଆଣାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। କାରଣ ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣାରେ ସବୁଠାରୁ ଅଧିକ ନେତା ଦଳବଦଳ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି। ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ ବୁଧବାର ଦିନ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏହା କେଉଁ ମୋଡ ନେବ ତାହା ଦେଖିବାକୁ ବାକି ରହିଲା।

ସୂଚନା ଅନୁସାରେ, ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ମାଧ୍ୟମରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଜଗଦୀଶ ଯାଦବ ପ୍ରଥମେ ନିଜ ସମର୍ଥକଙ୍କ ସହ ରାଜ୍ୟସଭା ସାଂସଦ ଦିପେନ୍ଦ୍ର ସିଂ ହୁଡ୍ଡାଙ୍କ ବାସଭବନରେ ପହଂଚିବେ। ଏହାପରେ ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ଓ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ତେବେ ଆଗାମୀ ନିର୍ବାଚନ ପୂର୍ବରୁ ଏଭଳି ଦଳ ଅଦଳବଦଳ ବିଜେପି ଉପରେ ଭାରି ପଡିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.