ଘାଟିରେ ଓଲଟିଲା ସ୍କୁଲ୍ ବସ୍: ଜଣେ ଶିକ୍ଷକଙ୍କ ମୃତ୍ୟୁ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
ଓଏଲ୍ ବ୍ୟୁରୋ: ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ସ୍କୁଲ୍ ବସ୍ ଖସିଥିବା ଖବର ସାମ୍ନାକୁ ଆସିଛି। ବସ୍ ଓଲଟି ପିଇଟି ଶିକ୍ଷକଙ୍କ ଜୀବନ ଚାଲିଯାଇଥିବାବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣା ପଡିଛି। ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ। ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ବସ୍। ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ବସ ଖସିଥିଲା।