ଆକ୍ସନ ନେଲା ବନ ବିଭାଗ: କାଠ ମାଫିଆଙ୍କ ଘରେ ଚାଲିଛି ଖୋଳତାଡ଼

ଓଏଲ୍ ବ୍ୟୁରୋ: ବନ୍ୟଜନ୍ତୁ ଚାଲାଣରେ ସମ୍ପୃକ୍ତ ଥିବା ଜଣେ କାଠ ମାଫିଆ ଘରେ ଚାଲିଛି ଖୋଳତାଡ଼। କଣ୍ଟାବାଞ୍ଝିର ଜଣେ କାଠ ମାଫିଆ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଘର ଭିତରୁ ଲକ୍ଷାଧିକ ଟଙ୍କାର ଅନେକ ବେଆଇନ ଆସବାବପତ୍ର ଜବତ କରାଯାଇଛି। କଂଟାବାଞ୍ଜି ତହସିଲଦାର ଉପସ୍ଥିତିରେ ଚଢାଉ କରାଯାଉଛି।
ସୂଚନା ଅନୁସାରେ, ଧୂବାପଡ଼ାର ମୋହନ ଟାଙ୍ଗଙ୍କ ଘର ଓ ଭଡା ଘରେ ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଟିମ୍ ପହଞ୍ଚିଥିଲା। ବନ ବିଭାଗ ପହଞ୍ଚିବା ପୂର୍ବରୁ ମୋହନ ଟାଙ୍ଗ ଘରେ ତାଲା ପକାଇ ଦେଇଥିଲେ। ଶେଷରେ ବନ ବିଭାଗ କର୍ମଚାରୀ କାନ୍ଥ ଚଢି ଭିତରକୁ ଯାଇଥିଲେ। ଘର ଭିତରୁ ଲକ୍ଷାଧିକ ଟଙ୍କାର ଅନେକ ବେଆଇନ ଆସବାବପତ୍ର ଜବତ କରାଯାଇଥିବା ସୂଚନା ରହିଛି।