ସଫଳତା ଅଭିମୁଖେ ଇସ୍ରୋ: ମୁନ୍, ସନ୍ ପରେ ଏବେ ମିଶନ ଶୁକ୍ର

ଓଏଲ୍ ବ୍ୟୁରୋ: ସୂର୍ଯ୍ୟ ଓ ଚନ୍ଦ୍ରଯାତ୍ରା ପରେ ଶୁକ୍ର ଅଭିଯାନ ଆରମ୍ଭ କରିବ ଭାରତ। ମୁନ, ସନ ପରେ ଏବେ ଭେନସ ମିଶନ। ଶୁକ୍ର ଗ୍ରହକୁ ଇସ୍ରୋ ଅଭିଯାନ ଆରମ୍ଭ କରିବ। ପ୍ରଥମେ ଚନ୍ଦ୍ର ମିଶନ ଓ ପରେ ସୂର୍ଯ୍ୟ ମିଶନ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚଳାଇଛି ଇସ୍ରୋ।
ସୌର ଜଗତର ସବୁଠାରୁ ଉଜ୍ଜ୍ବଳତମ ଗ୍ରହକୁ ସ୍ପେସ କ୍ରାଫ୍ଟ ପଠାଯିବ ବୋଲି ଇସ୍ରୋ ମୁଖ୍ୟା ଏସ. ସୋମନାଥ କହିଛନ୍ତି। ଶୁକ୍ରକୁ ପଠାଯିବାକୁ ଥିବା ପେଲୋଡ ଗୁଡିକୁ ଇତି ମଧ୍ୟରେ ତିଆରି କରାଯାଇସାରିଛି। ଶୁକ୍ରର ଜଳବାୟୁ ଓ ତାହାର ପୃଷ୍ଠଦେଶ ସମ୍ପର୍କରେ ଗବେଷଣା ଇସ୍ରୋର ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।