ଆଗକୁ ସାଧାରଣ ନିର୍ବାଚନ: ସିଇଓଙ୍କୁ ଦାୟିତ୍ୱ ମୁକ୍ତ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହାରି ମଧ୍ୟରେ ନିର୍ବାଚନ ପୂର୍ବ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ୱରୁ ଅବ୍ୟାହତି ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି।
ନିର୍ବାଚନ କମିଶନଙ୍କ ଚିଠି ଅନୁସାରେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ୱ ନଦେବାକୁ କହିଲେ। ସିଇଓଙ୍କ ସହ ଡେପୁଟୀ ସିଇଓ, ଆସିଷ୍ଟାଣ୍ଟ ସିଇଓଙ୍କୁ ବି ଦାୟିତ୍ୱ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଅତିରିକ୍ତ ଦାୟିତ୍ୱ ଦେଇଥିଲେ ତୁରନ୍ତ ଦାୟିତ୍ୱ ମୁକ୍ତ କରିବା ସହ ସିଇଓଙ୍କୁ ବଦଳି ବା ଅନ୍ୟ କିଛି କଲେ ପୂର୍ବରୁ ଅନୁମତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରାକ୍ ଅନୁମତି ଜରୁରୀ ବୋଲି ନିର୍ବାଚନ କମିଶନ କହିଛନ୍ତି।