Odisha Link
Bridging the Missing Links in Odisha

ବେପରୁଆ ଡ୍ରାଇଭିଂ ଯୋଗୁଁ ଅଘଟଣ! ମହାନଦୀ ବ୍ରିଜରେ ଲଟକିଥିଲା ବସ୍‌

ଓଏଲ୍‌ ବ୍ୟୁରୋ: ମହାନଦୀ ବ୍ରିଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଏକ ଘରୋଇ ବସ୍ ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବାବେଳେ ବାଙ୍କୀ ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସ୍‌ ଲଟକିରହିଥିଲା। ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବସ୍‌ ଲଟକି ରହିଥିଲା। ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।

ଦୁର୍ଘଟଣାଗ୍ରସ୍ତ ବସ୍‌ ସଂପର୍କରେ ଡମପଡ଼ା ତହସିଲଦାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବେପରୁଆ ଡ୍ରାଇଭିଂ ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ରହିଛି। ଯାତ୍ରୀମାନଙ୍କ କହିବାନୁସାରେ ବସ୍‌ ବହୁତ ସ୍ପିଡ୍‌ରେ ଆସୁଥିଲା। ପୋଲ ଉପରେ ବସ୍‌ଟି ବାମ-ଡାହାଣ ହୋଇ ନଦୀକୁ ମାଡ଼ି ଯାଇଥିଲା। ତେବେ ଘଟଣାସ୍ଥଳରେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।

Leave A Reply

Your email address will not be published.