ଲଗାଣ ବର୍ଷାର ପ୍ରଭାବ: ହସ୍ପିଟାଲରେ ଜମିଲା ପାଣି, ରୋଗୀ ସେବା ବାଧାପ୍ରାପ୍ତ

ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଅଞ୍ଚଳରେ ଲଘୁଚାପ ପ୍ରଭାବ ସକ୍ରିୟ ରହିଥିଲା। ବର୍ଷା ପ୍ରଭାବରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ପାଣି ଜମିଥିବା ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ପାଣି ପଶିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ରୋଗୀମାନଙ୍କୁ ବିଭିନ୍ନ ବିଭାଗର ଉପର ମହଲାକୁ ସ୍ଥାନାନ୍ତର କରାଯାଇଛି।