Odisha Link
Bridging the Missing Links in Odisha

ଏଥର କ୍ରାଇମ ଫ୍ରି ଦୁର୍ଗାପୂଜା, ସିସିଟିଭି ନଜରରେ ରହିବ ସାରା ସହର

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ପାର୍ବଣର ଋତୁ। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଦୁର୍ଗାପୂଜାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୁର୍ଗାପୂଜା ପୂର୍ବରୁ ସମସ୍ତ ଅପରାଧୀଙ୍କୁ ଜେଲ୍‌ରେ ଭର୍ତ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସିସିଟିଭି ନଜରରେ ରହିବ ସାରା ସହର। ସିନ୍ଧିଚୋରି ରୋକିବା ପାଇଁ ଗଳିକନ୍ଦିରେ ପିସିଆର ଘୂରି ବୁଲିବ। ପୂଜା ସମୟରେ ସହରକୁ କ୍ରାଇମ ଫ୍ରି କରିବା ପାଇଁ ପୁଲିସ ଆଲର୍ଟ ରହିବ।

ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ପୂଜା ସମୟରେ ରାତି ୧୨ଟା ଯାଏଁ ମେଲୋଡ଼ି ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ। ଦୁର୍ଗାପୂଜା ଭସାଣି ପାଇଁ ପୁଲିସ-ପୂଜା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବାବେଳେ ଏ ବର୍ଷ ଭୁବନେଶ୍ୱର ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ କରାଯିବ ବୋଲି ସ୍ଥିର ହୋଇଛି।

Leave A Reply

Your email address will not be published.