Odisha Link
Bridging the Missing Links in Odisha

ଏସିଆନ୍‌ ଗେମ୍ସ ଇତିହାସରେ ପ୍ରଥମ, ୧୦୦ ପଦକ ଜିତି ଇତିହାସ ରଚିଲା ଭାରତ

ଓଏଲ୍‌ ବ୍ୟୁରୋ: ଏସିଆନ ଗେମ୍ସ ୨୦୨୩ରେ ଭାରତ ୧୦୦ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଖବର ଲେଖିବା ପର୍ଯ୍ୟନ୍ତ, ଏଥିରେ ୨୫ ସ୍ବର୍ଣ୍ଣ ରହିଛି। ଫାଇନାଲରେ ଚାଇନାର ତାଇପେଇକୁ ପରାସ୍ତ କରି ଭାରତର ମହିଳା କବାଡି ଦଳ ସ୍ବର୍ଣ୍ଣ ଜିତି ଭାରତକୁ ୧୦୦ତମ ପଦକ ଦେଇଛନ୍ତି। ମହିଳା କବାଡିର ଫାଇନାଲ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଶନିବାର ସକାଳେ ଟିମ ଇଣ୍ଡିଆ ପାଇଁ ଭଲ ରହିଛି। ତୀରନ୍ଦାଜରେ ଶନିବାର ଦୁଇଟି ସ୍ବର୍ଣ୍ଣ ପଦକ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି।

ଭାରତ ବର୍ତ୍ତମାନ ୨୫ଟି ସ୍ବର୍ଣ୍ଣ, ୩୫ଟି ରୌପ୍ୟ ଏବଂ ୪୦ଟି ବ୍ରୋଞ୍ଜ ଜିତିଛି। ଶତକୀୟ ପଦକରେ ଭାରତୀୟ ମହିଳା କବାଡି ଟିମ୍ ୨୬-୨୫ରେ ଚାଇନିଜର ତାଇପାଇକୁ ହରାଇଛନ୍ତି। ଗ୍ରୁପ୍ ଷ୍ଟେଜ୍ ପର୍ଯ୍ୟାୟରେ ଦଳ ୩୪-୩୪ରେ ରହି ମ୍ୟାଚ୍ ଡ୍ର’ ରଖିଥିଲା। ହେଲେ ଫାଇନାଲରେ ଗୋଟିଏ ପଏଣ୍ଟ ସହ ଏହି ବାଜି ମାରି ନେଇଛନ୍ତି।

ଅପରପକ୍ଷେ ଆଜି ତୀରନ୍ଦାଜୀରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ କମାଲ୍ କରିଛନ୍ତି। ଏଥିରେ ଦୁଇଟି ଗୋଲ୍ଡ ମେଡାଲ୍ ସହ ଗୋଟିଏ ସିଲଭର୍ ମିଳିଛି।ଆଗକୁ ମଧ୍ୟ ମେଡାଲ୍ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ଆଜି ପୁରୁଷ କବାଡି, ବାଡମିଣ୍ଟନ ଏବଂ ପୁରୁଷ କ୍ରିକେଟ ମ୍ୟାଚ୍ ରହିଛି। ଏଥିରେ ନିଶ୍ଚିତ ରୂପେ ପଦକ ଆସିବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.