Odisha Link
Bridging the Missing Links in Odisha

ଆଜି ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବ

ଓଏଲ୍‌ ବ୍ୟୁରୋ: ଆଜି ଜନ୍ମମାଟିରେ ପହଁଞ୍ଚିବ ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯିବ। ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ। ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯିବ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଥାଉକି, ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାର ଆସିବାର ଥିଲା। କୌଣସି କାରଣ ବଃଶତ ଆସିପାରି ନଥିଲା। ଆଜି ସହିଦ ସରୋଜଙ୍କ ପାର୍ଥିବ ଶରୀର ଅପରାହ୍ଣ ଗୋଟାଏ ୪୫ରେ ଭୁବନେଶ୍ୱର ପହଞ୍ଚିବ ବୋଲି ସୂଚନା ଦିଆଯାଇଛି। ପରେ ପାର୍ଥିବ ଶରୀରକୁ ଜନ୍ମ ମାଟି ଅଭିମୁଖେ ନିଆଯିବ।

ସୂଚନାଥାଉକି,ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ହାବିଲଦାର ଭାବେ ସିକ୍କିମ୍‌ରେ ଟ୍ରେନିଂରେ ଥିଲେ ସରୋଜ। କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ ସରୋଜ ଏବଂ ସାଥି ସେନା ଯବାନ। ମଙ୍ଗଳବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ଯୋଗୁଁ ସିକିମରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ସରୋଜ ୭ ମାସ ତଳେ ବିବାହ କରିଥିଲେ। ହେଲେ ସେ ସହିଦ ହୋଇଥିବା ଥିବା ଖବର ପାଇବା ପରେ ଘରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.