Odisha Link
Bridging the Missing Links in Odisha

ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ପ୍ରସଙ୍ଗ: ବିଜେପିକୁ କଡ଼ା ଜବାବ ଦେଲା ବିଜେଡି

ଓଏଲ୍‌ ବ୍ୟୁରୋ: ଆଜି ‘ଆମ ଓଡିଶା, ନବୀନ ଓଡିଶା’ ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଆମ ଓଡିଶା, ନବୀନ ଓଡିଶା’ ଯୋଜନା କାର୍ଯ୍ୟକ୍ରମର ବିଜ୍ଞାପନକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଯୋଜନାରେ ଶାସକ ଦଳ ବିଜେଡିର ଦଳୀୟ ଚିହ୍ନ ଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଶଙ୍ଖ ବିଜେଡିର ଦଳୀୟ ଚିହ୍ନ ହୋଇଥିବାରୁ ସରକାରୀ ଯୋଜନାରେ ରହିବା ଠିକ୍ ନୁହେଁ ବୋଲି ବିଜେପି କହିଛି। ଆଗକୁ ନିର୍ବାଚନ ଥିବା ବେଳେ ଏଭଳି ବିଜ୍ଞାପନ ଭୋଟ୍ ବ୍ୟାଙ୍କ ରାଜନୀତି ବୋଲି ବିରୋଧୀ କହିଛନ୍ତି। ତେବେ ଏହାକୁ ନେଇ କଡ଼ା ଜବାବ ରଖିଛି ବିଜୁ ଜନତା ଦଳ।

ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଶଙ୍ଖ ଚିହ୍ନ ନେଇ କୌଣସି ବ୍ରାଣ୍ଡିଂ କରାଯାଉନି। ଶଙ୍ଖ ପବିତ୍ରତାର ପ୍ରତୀକ। ବିରୋଧୀ ଲୋକଙ୍କ ପାଖକୁ ଯାଇ ପାରୁନାହାନ୍ତି ବୋଲି ଅଦାଲତକୁ ଯିବେ ବୋଲି କହି କଟାକ୍ଷ କରିଛନ୍ତି ମନ୍ତ୍ରୀ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଜନ ଔଷଧି ଯୋଜନା ବିଜେପି ନାରେ ନାମିତ ହୋଇଛି ବୋଲି ବିଜେଡି କହିଛି। ଏହା ସହ ଶଙ୍ଖ ପବିତ୍ରତାର ପ୍ରତୀକ, ବିଜେପିର ଆପତ୍ତିରେ ସମସ୍ୟା ନାହିଁ ବୋଲି ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

Leave A Reply

Your email address will not be published.