Odisha Link
Bridging the Missing Links in Odisha

ଚିକିତ୍ସାଳୟରେ ଉନ୍ମୁକ୍ତକାଣ୍ଡ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଓଏଲ୍‌ ବ୍ୟୁରୋ: ଚିକିତ୍ସାଳୟରେ ଉନ୍ମୁକ୍ତକାଣ୍ଡ। ରାଜଧାନୀରେ ଘଟିଥିବା ଏଭଳି ଏକ ଘଟଣାର ସିସିଟିଭି ଭିଜୁଆଲ ଦେଖିବାକୁ ମିଳିଛି। ଯାହା ଅତି ଆଶ୍ଚର୍ଯ୍ୟ ଜନକ। ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ହୋଇଛି। ଘରୋଇ ମେଡିକାଲରେ ଡାକ୍ତର ନର୍ସ ଓ ସିକ୍ୟୁରୁଟିଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଛନ୍ତି। କିଛି ଦୁର୍ବୃତ୍ତ ବିନା କାରଣରେ ହସ୍ପିଟାଲ ଭିତରକୁ ପଶି ଆସୁଛନ୍ତି। ଆଉ ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର, ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି। ଏଭଳି ଦୃଶ୍ୟ କଏଦ ହୋଇଛି ସିସିଟିଭିରେ। ଏନେଇ ବଡଗଡ ଥାନାରେ ହସ୍ପିଟାଲ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଏମିତି ଅମାନୁଷିକ ଭାବରେ ଆକ୍ରମଣ କରିଥିବା ଯୁବକ ମାନଙ୍କର ଜଣେ ସମ୍ପର୍କୀୟ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ।

ରୋଗୀଙ୍କ ରୋଗ ଅନୁସାରେ ଭଲ ଟ୍ରିଟମେଣ୍ଟ ପାଇଁ ଅନ୍ୟ ହସ୍ପିଟାଲରେ ସେହି ସୁବିଧା ରହିଛି ବୋଲି ବୁଝେଇବା ଫଳରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରରେ ଏକ ବଡ଼ ହସ୍ପିଟାଲକୁ ରୋଗୀକୁ ନେଇଥିଲେ। ହେଲେ ସେଠାରେ ରୋଗୀର ମୃତୁ ହେବା ପରେ, ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ ହସ୍ପିଟାଲକୁ ଆସି ଏମିତି ଉନ୍ମତ କାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ହୋଇଛନ୍ତି। ବଡ଼ଗଡ଼ ଥାନା ପକ୍ଷରୁ ତଦନ୍ତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି। ଗୁରୁତର ରୋଗୀଙ୍କ ହସ୍ପିଟାଲରେ ମୃତ୍ୟୁ ହେବାରୁ ମେଡିକାଲ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।