Odisha Link
Bridging the Missing Links in Odisha

ସମଲିଙ୍ଗୀ ସମ୍ପର୍କର ଶୁଣାଣି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟର କଡ଼ା ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବାକୁ ଥିବା ବେଳେ ଏନେଇ ଶୁଣାଣି ଶେଷ ହୋଇଛି। ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆଜି ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସମଲିଙ୍ଗୀଙ୍କ ଉପରେ ଭେଦଭାବ ନକରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଲୋକଙ୍କୁ ସମଲିଙ୍ଗୀ ବିଷୟରେ ବୁଝାଇବେ। ସମଲିଙ୍ଗୀଙ୍କ ପାଇଁ ‘ଗରିମା ଗୃହ’ ବନାଇବେ ସରକାର। ସମଲିଙ୍ଗୀ ଦମ୍ପତ୍ତି ହିଂସାର ଶିକାର ହେଲେ ‘ଗରିମା ଗୃହ’ରେ ରହିବେ।

ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। ଦେଶରେ ସମଲିଙ୍ଗୀ ସମ୍ପର୍କର ଗ୍ରହଣୀୟତା ବଢ଼ିଛି। ନିଜ ସାଥୀ ଖୋଜିବାରେ ସମସ୍ତଙ୍କୁ ସ୍ବାଧୀନତା ମିଳୁ। ସମଲିଙ୍ଗୀଙ୍କଠାରୁ ପୋଷ୍ୟ ସନ୍ତାନର ଅଧିକାର ଛଡ଼ାଇ ହେବ ନାହିଁ। ପୋଷ୍ୟ ସନ୍ତାନ ଅଧିକାର ଛଡ଼ାଇବା ଧାରା ୧୫ର ଉଲଙ୍ଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗକୁ ନେଇ ସହମତି ଓ କିଛି ଅସହମତି ପ୍ରକାଶ ପାଇଛି। ଅବଶ୍ୟ ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି। ସମଲିଙ୍ଗୀ ସମ୍ପର୍କ କେବଳ ସହରୀ ଚିନ୍ତାଧାରା ଭିତରେ ସୀମିତ ହୋଇ ରହିନାହିଁ। ଗାଁର ଜଣେ କୃଷକ ଶ୍ରେଣୀର ମହିଳା ମଧ୍ୟ ସମଲିଙ୍ଗୀ ହେବାର ଦାବି କରିପାରେ। କିନ୍ତୁ ସେମାନଙ୍କୁ କୁଳୀନ କୁହାଯାଇପାରିବ ନାହିଁ। କାରଣ ଏହା କୌଣସି ମାନସିକ ବ୍ୟାଧୀ ନୁହେଁ। ଆଜିଯାଏଁ ବିବାହର ଢାଞ୍ଚାରେ ପରିବର୍ତ୍ତନ ହୋଇଛି। ସତୀ ପ୍ରଥାରୁ ଆରମ୍ଭ କରି ବାଲ୍ୟ ବିବାହ ଯାଏଁ ବିବାହର ରୂପ ବଦଳିଛି। ଏହି କ୍ରମରେ ସମଲିଙ୍ଗୀ ବିବାହ ଆଉ ଏକ ପରିବର୍ତ୍ତନ। ସୁପ୍ରିମକୋର୍ଟ ଆଇନର ବ୍ୟାଖ୍ୟା କରିପାରେ କିନ୍ତୁ ଆଇନର ବ୍ୟବସ୍ଥା କରିପାରିବ ନାହିଁ।

ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗକୁ ନେଇ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ଏହା ସହ କୌଣସି ବ୍ୟକ୍ତିକୁ ହରମୋନ ଥେରାପି ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଲିଙ୍ଗଗତ କାରଣରୁ ସମ୍ପରକୁ ବାହିଁତ କରାଯାଇପାରିବ ନାହିଁ। ସମଲିଙ୍ଗୀ ସମ୍ପର୍କ ଶୁଣାଣି ସମୟରେ ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସ୍‌କ୍ରିମିନେସନ ଲ’ ଅଣାଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ସହ ସମଲିଙ୍ଗୀ ସମ୍ପର୍କ ନେଇ ଏଫ୍ଆଇଆର୍ ପଞ୍ଜିକରଣ କରିବା ପୂର୍ବରୁ ପୁଲିସ ପ୍ରାଥମିକ ଅନୁସନ୍ଧାନ କରିବା ଉଚିତ୍।

ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବିବାହ ଏକ ସ୍ଥିର ଏବଂ ପରିବର୍ତ୍ତନଶୀଳ ଅନୁଷ୍ଠାନ ବୋଲି କହିବା ଭୁଲ ନୁହେଁ। ଯଦି ସ୍ୱତନ୍ତ୍ର ବିବାହ ଆଇନକୁ ଖଣ୍ଡନ କରାଯାଏ, ତେବେ ଏହା ଦେଶକୁ ସ୍ୱାଧୀନତା ପୂର୍ବକୁ ନେଇଯିବ ବୋଲି ସେ କହିଛନ୍ତି। ଏକ ୟୁନିଅନରେ ପ୍ରବେଶ କରିବାର ଅଧିକାର ଯୌନ ଆଭିମୁଖ୍ୟ ଆଧାରରେ ସୀମିତ ହୋଇପାରିବ ନାହିଁ।

ଜଣେ ବ୍ୟକ୍ତିର ଲିଙ୍ଗ ସେମାନଙ୍କର ଯୌନ ସମ୍ପର୍କ ସହିତ ସମାନ ନୁହେଁ। ଏହା ସହ ଖଣ୍ଡପୀଠ କହିଛନ୍ତି, ଏମିତି କୌଣସି ତଥ୍ୟ ନାହିଁ ଯାହା ପ୍ରମାଣ କରେ ଯେ କେବଳ ବିବାହିତ ହେଟ୍ରୋସେକ୍ସୁଆଲ୍ ଦମ୍ପତି ଏକ ଶିଶୁକୁ ସ୍ଥିରତା ପ୍ରଦାନ କରିପାରିବେ।ହେଟେରୋଜକ୍ସୁଆଲ୍ ସମ୍ପର୍କରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନେ ବ୍ୟକ୍ତିଗତ ନିୟମ ସହିତ ବିଦ୍ୟମାନ ଆଇନ ଅନୁଯାୟୀ ବିବାହ କରିବାର ଅଧିକାର ପାଇଛନ୍ତି। ଅବିବାହିତ ଦମ୍ପତିମାନେ, କୁଇର୍ ଦମ୍ପତିମାନେ ମିଳିତ ଭାବରେ ଏକ ସନ୍ତାନ ଗ୍ରହଣ କରିପାରିବେ ବୋଲି ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।

ସୂଚନା ଅନୁସାରେ, ସମଲିଙ୍ଗୀ ବିବାହ ସପକ୍ଷ, ବିପକ୍ଷ ଓ ସାମାଜିକ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟରେ ପଡିଥିବା ଅନେକ ପିଟିସନର ଶୁଣାଣି କରି ଗତ ମେ ମାସରେ ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ। ଆବେଦନକାରୀ ଏହାକୁ ସ୍ୱତନ୍ତ୍ର ବିବାହ ଆଇନରେ ପଞ୍ଜୀକରଣ କରିବାକୁ ଦାବି କରିଛନ୍ତି।

୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଥିଲେ। ଯାହା ଫଳରେ ସହମତିରେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ନିଜ ଭିତରେ ସମ୍ପର୍କ ରଖିଲେ ତାକୁ ଅପରାଧ କୁହାଯିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ଲାଗି ୧୮ ଜଣ ସମଲିଙ୍ଗୀ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଆବେଦନ ମୁତାବିକ ଆଜି ଶୁଣାଣି ହୋଇଛି।

Leave A Reply

Your email address will not be published.